Sirdpr_Odisha

Call Directions Website Contact the business

Sirdpr_Odisha Contact information, map and directions, contact form, opening hours, services, ratings, photos, videos and announcements from Sirdpr_Odisha, Real Estate, Bhubaneswar odisha, Bhubaneswar.

SIRD & PR is a nodal institute for training, research, evaluation and consultancy in the field of rural development under the aegis of Panchayati Raj and Drinking Water Department, Government of Odisha.

ଯେଉଁ ବର୍ଜ୍ୟବସ୍ତୁକୁ ଦିନେ ସମସ୍ତେ ଘୃଣା କରୁଥିଲେ, ତାହା ଆଜି ଗାଁର ବିକାଶ ଓ ସବୁଜିମାର ସମ୍ପଦ ରୂପେ ପରିଗଣିତ ହେଉଅଛି। ରାଜ୍ୟ ଗ୍ରାମ୍ୟ ଉନ୍...
29/08/2026

ଯେଉଁ ବର୍ଜ୍ୟବସ୍ତୁକୁ ଦିନେ ସମସ୍ତେ ଘୃଣା କରୁଥିଲେ, ତାହା ଆଜି ଗାଁର ବିକାଶ ଓ ସବୁଜିମାର ସମ୍ପଦ ରୂପେ ପରିଗଣିତ ହେଉଅଛି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପରିସରରେ ‘କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ଗ୍ରାମପଞ୍ଚାୟତର ଭୂମିକା’କୁ ନେଇ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଦେଖିବାକୁ ମିଳିଛି ଏକ ବଳିଷ୍ଠ ସଂକଳ୍ପ ।

ଜଗତସିଂହପୁର, ପୁରୀ, ବଲାଙ୍ଗୀର ଜିଲ୍ଲାର ୫୮ ଜଣ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସ୍ୱଚ୍ଛତା କର୍ମୀ ଓ ବ୍ଲକ୍ ରିସୋର୍ସ କୋଅର୍ଡିନେଟର କେବଳ ଭାଷଣ ଶୁଣିନାହାନ୍ତି, ବରଂ ନିଜ ପ୍ରଶିକ୍ଷଣରେ ଜ୍ଞାନ ଅର୍ଜନ କରିବା ସହ ନିଜ ଅଞ୍ଚଳର କାହାଣି ଅନ୍ୟ ମାନଙ୍କ ଆଗରେ ବଖାଣିଛନ୍ତି। ଏହି ବାସ୍ତବ ଅଭିଜ୍ଞତା ପ୍ରଶିକ୍ଷାର୍ଥୀମାନଙ୍କ ମନରେ ନିଜ ଗ୍ରାମପଞ୍ଚାୟତକୁ ସ୍ୱଚ୍ଛ, ସୁନ୍ଦର ଓ ଦୀର୍ଘସ୍ଥାୟୀ ସବୁଜ ଗାଁରେ ରୂପାନ୍ତରିତ କରିବାର ଆତ୍ମବିଶ୍ୱାସ ଭରିଦେବା ସହ ନିଜ ଗାଁରେ କଠିନ ଓ ତରଳ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ପାଇଁ ସେମାନଙ୍କୁ ପ୍ରେରିତ କରିଅଛି।

ଶୌଚାଳୟ କେବଳ ଏକ ଛୋଟ ଘର ନୁହେଁ - ଏହା ଆମ ସ୍ୱାସ୍ଥ୍ୟ, ନାରୀର ସମ୍ମାନ, ପରିବେଶ ସୁରକ୍ଷା ଏବଂ ସମୃଦ୍ଧ ଓଡ଼ିଶା ଗଠନର ପ୍ରତୀକ। ଏହା ସହ କଠିନ ଓ ତରଳ ବର୍ଜ୍ୟବସ୍ତୁତ ପରିଚାଳନା କରି ନିଜ ଗାଁକୁ ସବୁଜ, ସୁନ୍ଦର, ସୁସ୍ଥ ଓ ରୋଗମୁକ୍ତ କରିବା ପାଇଁ ସେମାନେ ଏଠାରେ ଦୃଢ ସଂକଳ୍ପ ନେଇଛନ୍ତି।

ଆସନ୍ତୁ, ପ୍ରଶିକ୍ଷଣର ଏହି ଶିକ୍ଷାକୁ ନିଜ ଗାଁର ମାଟିରେ ପ୍ରତିଫଳିତ କରିବା। ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ସ୍ୱଚ୍ଛ ଓ ସୁନ୍ଦର କରି 'ବିକଶିତ ଓଡ଼ିଶା'ର ସ୍ୱପ୍ନକୁ ସାକାର କରିବା।

ଜନଜାତି ଅଞ୍ଚଳର ପାରମ୍ପରିକ ଅଧିକାରକୁ ସୁରକ୍ଷିତ କରିବା ଏବଂ ତୃଣମୂଳ ସ୍ତରରେ ଗ୍ରାମସଭାକୁ ଅଧିକ କ୍ଷମତାପନ୍ନ କରିବା ଦିଗରେ ଯୋଡ଼ିହୋଇଛି ଏକ ନ...
20/08/2026

ଜନଜାତି ଅଞ୍ଚଳର ପାରମ୍ପରିକ ଅଧିକାରକୁ ସୁରକ୍ଷିତ କରିବା ଏବଂ ତୃଣମୂଳ ସ୍ତରରେ ଗ୍ରାମସଭାକୁ ଅଧିକ କ୍ଷମତାପନ୍ନ କରିବା ଦିଗରେ ଯୋଡ଼ିହୋଇଛି ଏକ ନୂତନ ଅଧ୍ୟାୟ । SIRD&PR, Odisha ଠାରେ "ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସମ୍ପ୍ରସାରଣ ଆଇନ (PESA)" ଉପରେ ଦୁଇଦିନିଆ (୧୮-୧୯ ଅଗଷ୍ଟ ୨୦୨୬) ସ୍ୱତନ୍ତ୍ର କର୍ମଶାଳା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଗଜପତି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ମୟୁରଭଞ୍ଜ, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାର ୩୧ ଜଣ ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟ ମାନେ ଏହି ପ୍ରଶିକ୍ଷଣରେ ଅନୁସୂଚିତ ଅଞ୍ଚଳରେ ଜମି, ଜଙ୍ଗଲ, ଜନଜାତିସଂସ୍କୃତି ଓ ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଉପରେ ପ୍ରଶିକ୍ଷଣ ପ୍ରାପ୍ତ ହୋଇଛନ୍ତି।

କାର୍ଯ୍ୟକ୍ରମର ଆଭିମୁଖ୍ୟ:
• ଜନଜାତି ଅଞ୍ଚଳରେ ଜମି ଅଧିଗ୍ରହଣ, ବିସ୍ଥାପିତଙ୍କ ପୁନର୍ବାସ ଏବଂ ବେଆଇନ୍ ଜମି ହସ୍ତାନ୍ତର ରୋକିବା ପାଇଁ PESA ଆଇନର ପ୍ରୟୋଗ।
• ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ, ବିକ୍ରି ଓ ପରିଚାଳନାରେ ସ୍ଥାନୀୟ ଜନସାଧାରଣଙ୍କ ସଂପୂର୍ଣ୍ଣ ଅଧିକାର।
• ସଶକ୍ତ PESA ଗ୍ରାମସଭା ସହ ଗାଁର ସୀମା ନିର୍ଦ୍ଧାରଣ, ଗ୍ରାମସଭା ପାଣ୍ଠି ପରିଚାଳନା ଏବଂ ନିଶାନିବାରଣ ରେ ଗ୍ରାମସଭାର ଗୁରୁ ଦାୟତ୍ଵ।
• ୭୩ତମ ସମ୍ଵିଧାନ ସଂଶୋଧନ ଓ PESA ର ଆଇନଗତ ଦିଗକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବାର କୌଶଳ।

'PESA Tree' ରୁ ସଂକଳ୍ପ ସହ ପ୍ରଶିକ୍ଷାର୍ଥୀ ମାନେ ନିଜ ଗ୍ରାମପଞ୍ଚାୟତ ପାଇଁ ଲେଖିଥିବା ଆଶା ଓ ଅଙ୍ଗୀକାରବଦ୍ଧତାକୁ ବାସ୍ତବତାରେ ବଦଳାଇବାକୁ ଶପଥ ନେଇଛନ୍ତି। ଏହା ସହ ଘଟଣା ଅଧ୍ୟୟନ ଓ ପାରସ୍ପରିକ ଆଲୋଚନା ମାଧ୍ୟମରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ନିଜ ଅଞ୍ଚଳ ପାଇଁ ସ୍ୱତନ୍ତ୍ର "Action Plan" ପ୍ରସ୍ତୁତ କରିଛନ୍ତି।

ଅଭିଜ୍ଞ ସମ୍ଵଳ ବ୍ୟକ୍ତି ମାନଙ୍କ ସୁଚିନ୍ତିତ ମାର୍ଗଦର୍ଶନରେ ଏହି ପ୍ରଶିକ୍ଷଣରେ ଯୋଗଦେଇଥିବା ପ୍ରତ୍ୟେକ ଜନପ୍ରତିନିଧିଙ୍କ ମନରେ ନିଜ ମାଟି, ନିଜ ଶାସନ ପ୍ରତି ଏକ ନୂଆ ଭାବାବେଗ ସୃଷ୍ଟି ହୋଇଛି।

ତୃଣମୂଳ ସ୍ତରରୁ ବଦଳୁଛି ନେତୃତ୍ୱର ପରିଭାଷା: ସଶକ୍ତ ନାରୀ, ସମୃଦ୍ଧ ପଞ୍ଚାୟତଓଡ଼ିଶାର ୫ଟି ଜିଲ୍ଲା ଯଥା ନୟାଗଡ଼, ଖୋର୍ଦ୍ଧା, ଝାରସୁଗୁଡ଼ା, ଜଗ...
19/08/2026

ତୃଣମୂଳ ସ୍ତରରୁ ବଦଳୁଛି ନେତୃତ୍ୱର ପରିଭାଷା: ସଶକ୍ତ ନାରୀ, ସମୃଦ୍ଧ ପଞ୍ଚାୟତ

ଓଡ଼ିଶାର ୫ଟି ଜିଲ୍ଲା ଯଥା ନୟାଗଡ଼, ଖୋର୍ଦ୍ଧା, ଝାରସୁଗୁଡ଼ା, ଜଗତସିଂହପୁର ଓ ବଲାଙ୍ଗୀରରୁ ଆସିଥିବା ୩୩ ଜଣ ଉତ୍ସାହୀ ପଞ୍ଚାୟତିରାଜ ମହିଳା ଜନପ୍ରତିନିଧିଙ୍କୁ ନେଇ SIRD&PR, Odisha ଠାରେ ସଫଳତାର ସହ ସମ୍ପନ୍ନ ହୋଇଛି ତିନିଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ: "ପରିବର୍ତ୍ତନର ସୂତ୍ରଧାର – ପଞ୍ଚାୟତ ପ୍ରଶାସନ ଓ ଅନ୍ୟାନ୍ୟ କ୍ଷେତ୍ର ରେ ମହିଳା ନେତୃତ୍ଵ ର ସଶକ୍ତିକରଣ" ।

ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି, ଜିଲ୍ଲା ପରିଷଦ ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷା, ସମିତି ସଦସ୍ୟା ଏବଂ ମହିଳା ସରପଞ୍ଚମାନେ ଏକାଠି ହୋଇ ନିଜର ପ୍ରଶାସନିକ ଓ ନେତୃତ୍ୱ ଦକ୍ଷତାକୁ ଅଧିକ ଶାଣିତ କରିଛନ୍ତି।

ଉଚ୍ଚକୋଟୀର ଆଲୋଚନା ଚକ୍ର, ବାସ୍ତବ ଅଭିଜ୍ଞତା ଭିତ୍ତିକ ଶିକ୍ଷଣ ଏବଂ ଦଳଗତ କାର୍ଯ୍ୟ ମାଧ୍ୟମରେ ପ୍ରତ୍ୟେକ ନିର୍ବାଚିତ ମହିଳା ପ୍ରତିନିଧି ନିଜ ସମାଜରେ ଗୋଟିଏ ଗୋଟିଏ 'ପରିବର୍ତ୍ତନର ବାର୍ତ୍ତାବହ' ଭାବେ ଉଭା ହେବା ପାଇଁ ପ୍ରସ୍ତୁତ ହୋଇଛନ୍ତି।

ତୃଣମୂଳ ସ୍ତରରେ ଅନ୍ତର୍ଭୁକ୍ତୀକରଣ ଏବଂ ସମୃଦ୍ଧ ସମାଜ ଗଠନ ପାଇଁ ଆତ୍ମବିଶ୍ୱାସୀ, ଦକ୍ଷ ଓ ପରିବର୍ତ୍ତନଶୀଳ ମହିଳା ନେତ୍ରୀ ଗଢ଼ିତୋଳିବା ଦିଗରେ SIRD&PR, Odisha ସଦା ସର୍ବଦା ପ୍ରତିବଦ୍ଧ।

19/08/2026

ସୁସ୍ଥ ଗାଁ, ସମୃଦ୍ଧ ଓଡ଼ିଶା: ଗ୍ରାମପଞ୍ଚାୟତରୁ ଆରମ୍ଭ ନିରୋଗ ଜୀବନର ନୂଆ ଅଧ୍ୟାୟ

ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାର ରୂପରେଖ ବଦଳାଇବା ପାଇଁ SIRD&PR, ଓଡ଼ିଶା ଠାରେ "ଗ୍ରାମାଞ୍ଚଳରେ ସାମଗ୍ରିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ରକ୍ଷା ଦିଗରେ ଗ୍ରାମପଞ୍ଚାୟତର ପ୍ରମୁଖ ଭୂମିକା" ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଏକ-ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି।
ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରୁ ଆସିଥିବା ୪ ଜିଲ୍ଲାର ୫୪ ଜଣ ସ୍ୱାସ୍ଥ୍ୟ ଯୋଦ୍ଧା (ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ - ଜାତୀୟ ସ୍ଵାସ୍ଥ୍ୟ ମିଶନ, ବ୍ଲକ ପ୍ରକଳ୍ପ ପରିଚାଳକ – ଜାତୀୟ ସ୍ଵାସ୍ଥ୍ୟ ମିଶନ, ସିଡିପିଓ, ବ୍ଲକ ଡାଟା ମ୍ୟାନେଜର, ଅଙ୍ଗନାଓ୍ଵାଡି, ଏଏନଏମ, ଆଶା, ଗୋଷ୍ଠୀ ସମ୍ଵଳ ବ୍ୟକ୍ତି, ମାଷ୍ଟର ବୁକ କିପର, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବହୁମୁଖୀ ସ୍ଵାସ୍ଥ୍ୟ କର୍ମୀ) ମାନେ ଏକାଠି ହୋଇ ନିଜ ଗାଁକୁ 'ନିରୋଗ ଗାଁ' କରିବା ପାଇଁ ଶପଥ ନେଇଛନ୍ତି ।

ଲକ୍ଷ୍ୟ ଏକ, ମିଶନ୍ ଏକ: ଗ୍ରାମସଭାଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସମ୍ପର୍କିତ ନିଷ୍ପତ୍ତିକୁ ସହଭାଗିତା ଭିତ୍ତିରେ ଗ୍ରହଣ କରାଯିବ। ପ୍ରତ୍ୟେକ ପଞ୍ଚାୟତକୁ "ସୁସ୍ଥ, ନିରୋଗ ଓ ଆତ୍ମନିର୍ଭରଶୀଳ" କରି ଗଢ଼ିତୋଳିବା ହିଁ ଏହି ପ୍ରଶିକ୍ଷଣର ପ୍ରକୃତ ଆଭିମୁଖ୍ୟ।

ଆସନ୍ତୁ, ମିଳିମିଶି ଗୋଟିଏ ଗୋଟିଏ ସୁସ୍ଥ ଗ୍ରାମପଞ୍ଚାୟତ ଗଢ଼ିବା ଏବଂ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା।

CMO Odisha Rabi Narayan Naik Sirdpr Odisha

19/08/2026

ପରିବର୍ତ୍ତନର ସୂତ୍ରଧାର: ସଶକ୍ତ ହେଉଛି ଗ୍ରାମୀଣ ଓଡ଼ିଶା

ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ମାର୍ଗଦର୍ଶନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଠାରେ ସଫଳତାର ସହ ସମାପ୍ତ ହୋଇଥିବା "ପରିବର୍ତ୍ତନର ସୂତ୍ରଧାର – ପଞ୍ଚାୟତ ପ୍ରଶାସନ ଓ ଅନ୍ୟାନ୍ୟ କ୍ଷେତ୍ରରେ ମହିଳା ନେତୃତ୍ବର ସଶକ୍ତିକରଣ" ଶୀର୍ଷକ ତିନିଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଭିଜ୍ଞତା ଭିତ୍ତିକ ଶିକ୍ଷଣ, ସକ୍ରିୟ ଦଳଗତ ଆଲୋଚନା ଏବଂ ଅନୁଭୂତିର ଆଦାନପ୍ରଦାନ ମାଧ୍ୟମରେ ପ୍ରତ୍ୟେକ ମହିଳା ପ୍ରତିନିଧି ଆଜି ନିଜ ନିଜ ଅଞ୍ଚଳ ପାଇଁ ସାଜିଛନ୍ତି ଗୋଟିଏ ଗୋଟିଏ 'ପରିବର୍ତ୍ତନର ସୂତ୍ରଧାର'।

🎥 ଏହି ଭିଡିଓରେ ଦେଖନ୍ତୁ ପ୍ରଶିକ୍ଷଣର କିଛି ଝଲକ ଏବଂ ଆମ ପ୍ରଶିକ୍ଷାର୍ଥୀ ମାନଙ୍କର ନିଜସ୍ୱ ଅନୁଭୂତି......

ଆସନ୍ତୁ, ଗ୍ରାମୀଣ ଓଡ଼ିଶାର ଏହି ନୂତନ ନେତୃତ୍ୱକୁ ଉତ୍ସାହିତ କରିବା ଏବଂ ଗାଁର ସର୍ବାଙ୍ଗୀନ ବିକାଶରେ ସହଯୋଗୀ ହେବା।

ସବୁଜ ଓ ସମୃଦ୍ଧ ଗ୍ରାମପଞ୍ଚାୟତ ଦିଗରେ ଆଉ ଗୋଟିଏ ସଶକ୍ତ ପଦକ୍ଷେପ"ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସ୍ଥାୟୀ ଗ୍ରାମ୍ୟ ଉନ୍ନୟନ ପାଇଁ ତୃଣମୂ...
18/08/2026

ସବୁଜ ଓ ସମୃଦ୍ଧ ଗ୍ରାମପଞ୍ଚାୟତ ଦିଗରେ ଆଉ ଗୋଟିଏ ସଶକ୍ତ ପଦକ୍ଷେପ

"ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସ୍ଥାୟୀ ଗ୍ରାମ୍ୟ ଉନ୍ନୟନ ପାଇଁ ତୃଣମୂଳ ସ୍ତରରୁ ଆରମ୍ଭ ହେଉଛି ନୂତନ ପ୍ରଚେଷ୍ଟା।"

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଠାରେ "Climate Change Adaptation, Mitigation Strategies, Sustainable Rural Development, and Green Panchayat Interventions" ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ମାଧ୍ୟମରେ କିପରି କାର୍ବନ୍ ନ୍ୟୁଟ୍ରାଲ୍ ଗ୍ରାମପଞ୍ଚାୟତ ଗଠନ କରାଯାଇପାରିବ, ଦୀର୍ଘସ୍ଥାୟୀ ଓ ବିକଳ୍ପ ଜୀବିକା ପନ୍ଥାର ଗୁରୁତ୍ୱପୂର୍ଣ୍ଣ ଦିଗ, ଓଡ଼ିଶାର ଗ୍ରାମାଞ୍ଚଳ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରତ୍ୟକ୍ଷ ପ୍ରଭାବ ଓ ପରିଶେଷରେ ଗ୍ରାମପଞ୍ଚାୟତ ବିକାଶ ଯୋଜନା ରେ ଜଳବାୟୁ ଅନୁକୂଳ ଓ ସହନଶୀଳ ପଦକ୍ଷେପଗୁଡ଼ିକୁ ସାମିଲ କରିବା ନେଇ ସାରଗର୍ଭକ ଆଲୋଚନା ହୋଇଥିଲା।

ଗ୍ରାମପଞ୍ଚାୟତଗୁଡ଼ିକୁ କାର୍ବନ୍-ମୁକ୍ତ, ସବୁଜ ଏବଂ ଜଳବାୟୁ ସହନଶୀଳ କରି ଗଢ଼ିତୋଳିବା ହିଁ ଏହି ପ୍ରଶିକ୍ଷଣର ମୁଖ୍ୟ ଲକ୍ଷ୍ୟ।

୮୦ତମ ସ୍ୱାଧୀନତା ଦିବସ: ଦେଶପ୍ରେମର ଆବେଗରେ କମ୍ପିଲା   ପରିସରଆକାଶରେ ତ୍ରିରଙ୍ଗା... ହୃଦୟରେ ଦେଶପ୍ରେମ… ଭାରତ ମାତାର ଜୟଗାନରେ ଗୁଞ୍ଜରିତ ଆଜ...
15/08/2026

୮୦ତମ ସ୍ୱାଧୀନତା ଦିବସ: ଦେଶପ୍ରେମର ଆବେଗରେ କମ୍ପିଲା ପରିସର

ଆକାଶରେ ତ୍ରିରଙ୍ଗା... ହୃଦୟରେ ଦେଶପ୍ରେମ… ଭାରତ ମାତାର ଜୟଗାନରେ ଗୁଞ୍ଜରିତ ଆଜି ପ୍ରତିଟି ପ୍ରାଣ

ପବିତ୍ର ୮୦ତମ ସ୍ୱାଧୀନତା ଦିବସର ଏହି ଶୁଭାବସରରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପରିସରରେ ଆୟୋଜିତ ହୋଇଯାଇଛି ଏକ ଭବ୍ୟ ଜାତୀୟ ଉତ୍ସବ। ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀମତୀ ମଧୁସ୍ମିତା ସାମଲ, ଭା.ପ୍ର.ସେ ସମ୍ମାନର ସହ ଜାତୀୟ ପତାକା ଉତ୍ତୋଳନ କରି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ଗୌରବମୟ ଗାଥାକୁ ପ୍ରଣାମ ଜଣାଇଥିଲେ।

ତ୍ରିରଙ୍ଗା ଉଡ଼ିବା କ୍ଷଣି ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମକର୍ତ୍ତାବୃନ୍ଦ ଆତ୍ମବିଭୋର ହୋଇ ଏକ ମନ, ଏକ ସ୍ଵରରେ ଗାଇଉଠିଥିଲେ "ଜନ ଗଣ ମନ..."। ଜାତୀୟ ସଙ୍ଗୀତର ପ୍ରତ୍ୟେକଟି ଶବ୍ଦ ଗର୍ବ, ଏକତା ଏବଂ ମାତୃଭୂମି ପ୍ରତି ଅସୀମ ଭକ୍ତିଭାବର ଏକ ଅପୂର୍ବ ଶିହରଣ ସୃଷ୍ଟି କରିଥିଲା।

ଦେଶପ୍ରେମ ଓ ସମର୍ପଣର ଏହି ଭାବବିହ୍ୱଳ ପରିବେଶରେ ଗଗନପବନ କମ୍ପାଇ ପ୍ରତିଧ୍ୱନିତ ହୋଇଥିଲା: "ବନ୍ଦେ ମାତରମ୍", "ଭାରତ ମାତା କି ଜୟ", "ମହାତ୍ମା ଗାନ୍ଧୀ କି ଜୟ"। ଏହା କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆମ ମାତୃଭୂମି ପ୍ରତି ଆମର ଅସୀମ ଭଲପାଇବା, ତ୍ୟାଗ ଏବଂ ସମର୍ପଣର ଗାଥା।

ଆସନ୍ତୁ, ମାତୃଭୂମିର ପ୍ରଗତି ଓ ସେବା ପାଇଁ ଆମର ଏହି ପ୍ରଚେଷ୍ଟାକୁ ଆଉ ପାଦେ ଆଗେଇ ନେବାର ଅସୀମ ସଂକଳ୍ପ ସହ ବିକଶିତ ଗାଁ, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ବର୍ଷ ଗଠନରେ ବ୍ରତୀ ହେବା।

ସମସ୍ତଙ୍କୁ ୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

। ଜୟ ହିନ୍ଦ୍ । ଜୟ ଭାରତ ।

07/08/2026

ଶାସନରୁ ସମୃଦ୍ଧି: ବିକଶିତ ଗ୍ରାମୀଣ ଓଡ଼ିଶା ଗଠନ ଦିଗରେ SIRD&PR ଆଉ ଏକ ଦୃଢ଼ ପଦକ୍ଷେପ

ଗ୍ରାମୀଣ ଓଡ଼ିଶାରେ ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟି ଓ ସୁରକ୍ଷିତ ଜୀବିକା ସୃଷ୍ଟିର ଲକ୍ଷ୍ୟ ନେଇ NIRD&PR ର ସହଭାଗିତାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଠାରେ ବିକଶିତ ଭାରତ - ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ - ଗ୍ରାମୀଣ (VB-G RAM G) ଶୀର୍ଷକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି। ଏହି ପ୍ରଶିକ୍ଷଣରେ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲା ଯଥା ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ର ୪୮ ଜଣ BDO, AEE, JE ଏବଂ APO ଅଂଶଗ୍ରହଣ କରି ନିଜ ଦକ୍ଷତା ବୃଦ୍ଧି କରିଛନ୍ତି।

ପ୍ରଶିକ୍ଷଣର ମୁଖ୍ୟ ଦିଗ:
•ଦୈନନ୍ଦିନ ରୋଜଗାରରୁ ଉପରକୁ ଉଠି ଗାଁରେ ଦୀର୍ଘସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା।
•ଗ୍ରାମପଞ୍ଚାୟତ ସ୍ତରରେ ପ୍ରକୃତ ଆବଶ୍ୟକତାକୁ ନେଇ ସୁଦୃଢ଼ ଓ ଜୀବିକା-ଆଧାରିତ ଯୋଜନା ପ୍ରସ୍ତୁତି।
•ସରକାରୀ ସମ୍ବଳର ସର୍ବୋତ୍ତମ ବିନିଯୋଗ ଏବଂ ବିଭିନ୍ନ ଯୋଜନାର ସଫଳ ସମିଶ୍ରଣ।
•ସାଧାରଣ କାର୍ଯ୍ୟସ୍ଥଳୀକୁ ଉତ୍ପାଦନକ୍ଷମ ସମ୍ପତ୍ତିରେ ଏବଂ ସମସ୍ତ ଯୋଜନାକୁ ଗ୍ରାମୀଣ ପ୍ରଗତିର ମାଧ୍ୟମରେ ପରିଣତ କରିବାର ସଙ୍କଳ୍ପ ନେଇ ପ୍ରତ୍ୟେକ ଗାଁ କୁ ସମୃଦ୍ଧିର କେନ୍ଦ୍ରରେ ପରିଣତ କରିବା।

'ଭିବି-ଜୀ ରାମ ଜୀ' କେବଳ ଏକ ଯୋଜନା ନୁହେଁ, ନୂତନ ଶକ୍ତି, ନୂଆ ଚିନ୍ତାଧାରା ଓ ସୁଦୃଢ଼ ଯୋଜନା ସହ ଏହା ବିକଶିତ ଭାରତର ସ୍ୱପ୍ନକୁ ଗାଁ ଗାଁରେ ସାକାର କରିବାର ଏକ ଦୃଢ଼ ପ୍ରତିଶ୍ରୁତି।

CMO Odisha Rabi Narayan Naik Sirdpr Odisha

31/07/2026

୫ଟି ଉପକୂଳ ଜିଲ୍ଲା, ୪୬ ଜଣ ଜଳବାୟୁ ଯୋଦ୍ଧା ଏବଂ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ – ସବୁଜ ପଞ୍ଚାୟତ, ଜଳବାୟୁ ପ୍ରତିରୋଧୀ ପଞ୍ଚାୟତ ଓ ସମୃଦ୍ଧ ପଞ୍ଚାୟତ

ଗ୍ରାମାଞ୍ଚଳର ନିରନ୍ତର ବିକାଶ ଓ ପରିବେଶ ସୁରକ୍ଷା ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପରିସରରେ ଆୟୋଜିତ "ଜଳବାୟୁ ପରିବର୍ତ୍ତନ ସହନଶୀଳତା, ପ୍ରଶମନ ରଣନୀତି, ଦୀର୍ଘସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ସବୁଜ ପଞ୍ଚାୟତ ଗଠନରେ ଗ୍ରାମପଞ୍ଚାୟତର ଭୂମିକା" ଶୀର୍ଷକ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି। ଏଥିରେ ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୪୬ ଜଣ ପଞ୍ଚାୟତ ଜନପ୍ରତିନିଧି ଓ ଅଧିକାରୀ (ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ବ୍ଲକ୍ କୃଷି ଅଧିକାରୀ, ବନଖଣ୍ଡ ଅଧିକାରୀ, ବନପାଳ, ସହକାରୀ ପ୍ରକଳ୍ପ ଅଧିକାରୀ, ପଞ୍ଚାୟତ ନିର୍ଵାହୀ ଅଧିକାରୀ, ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଓ ସରପଞ୍ଚ) ମାନେ ଏହି ପ୍ରଶିକ୍ଷଣରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ପ୍ରଶିକ୍ଷଣର ମୁଖ୍ୟ ଆକର୍ଷଣ:
•ସବୁଜ ବ୍ଲୁ-ପ୍ରିଣ୍ଟ: ପ୍ରତ୍ୟେକ ଗ୍ରାମପଞ୍ଚାୟତ ପାଇଁ 'Green Panchayat Action Plan' ପ୍ରସ୍ତୁତ କରିବାକୁ ପ୍ରଶିକ୍ଷାର୍ଥୀ ମାନେ ଦକ୍ଷତା ହାସଲ କଲେ।
•ଜଳ ଓ ପରିବେଶ ସୁରକ୍ଷା: ଭିବି-ଜୀ ରାମ ଜୀର ସଫଳ କ୍ରୟାନ୍ଵୟନ, ପଞ୍ଚାୟତ ସ୍ତରରେ ଜଳ ସଂରକ୍ଷଣ, ବୃକ୍ଷରୋପଣ ଓ ବର୍ଜ୍ୟବସ୍ତୁ ପ୍ରବନ୍ଧନର ନୂତନ କୌଶଳ ବୁଝିଲେ।
•ଅନ୍ତଃ-ବିଭାଗୀୟ ସମନ୍ୱୟ: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ଏକାଠି କାମ କରିବାର ସୁଦୃଢ଼ ସେତୁ ସୃଷ୍ଟି ହେଲା।
•ଦୀର୍ଘସ୍ଥାୟୀ କୃଷି ଓ ପ୍ରକୃତି ବନ୍ଧୁ ପ୍ରଯୁକ୍ତି: ଜଳବାୟୁ ସହନଶୀଳ କୃଷି ପ୍ରଣାଳୀ ଓ ଅକ୍ଷୟ ଶକ୍ତିର ବ୍ୟବହାର ବୃଦ୍ଧି ଉପରେ ଜ୍ଞାନ ପ୍ରାପ୍ତ ହେଲେ।

ଏଣିକି ଜଳବାୟୁ ପରିବର୍ତ୍ତନର ମୁକାବିଲା କେବଳ କାଗଜପତ୍ରରେ ନହୋଇ ସିଧାସଳଖ ଗ୍ରାମପଞ୍ଚାୟତ ସ୍ତରରେ କରି ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଗଠନରେ ଏହି ଜଳବାୟୁ ଯୋଦ୍ଧା ମାନେ ସହାୟକ ହେବେ।

CMO Odisha Rabi Narayan Naik

31/07/2026

ଆମ ମହିଳା ସରପଞ୍ଚ, ଗ୍ରାମୀଣ ପ୍ରଶାସନର ନୂଆ ପରିଚୟ

ଗ୍ରାମୀଣ ବିକାଶର ମଙ୍ଗ ଧରି ବିକଶିତ ଗାଁ ରୁ ବିକଶିତ ଓଡ଼ିଶା ଗଠନ କରିବା ନିମନ୍ତେ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶାର ଅପରାଜେୟ ମହିଳା ଶକ୍ତି। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ମାର୍ଗଦର୍ଶନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ପ୍ରତିଷ୍ଠାନ ପରିସରରେ ସଫଳତାର ସହ ଶେଷ ହୋଇଛି "ପରିବର୍ତ୍ତନର ସୂତ୍ରଧାର - ପଞ୍ଚାୟତ ପ୍ରଶାସନ ତଥା ଅନ୍ୟାନ୍ୟ କ୍ଷେତ୍ରରେ ମହିଳା ନେତୃତ୍ଵର ସଶକ୍ତିକରଣ" ଶୀର୍ଷକ ତିନି ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।
ପ୍ରଶିକ୍ଷଣର କିଛି ମୁଖ୍ୟ ଆକର୍ଷଣ:
• ଗୋଟିଏ ଜିଲ୍ଲାରୁ ୩୪ ଶକ୍ତି: ବାଲେଶ୍ଵର ଜିଲ୍ଲାରୁ ୩୪ ଜଣ ଜଣ ସଂକଳ୍ପବଦ୍ଧ ମହିଳା ସରପଞ୍ଚ ଏହି ପ୍ରଶିକ୍ଷଣରେ ଯୋଗଦେଇଥିଲେ।
• ଅନୁଭୂତିରୁ ଅଧିକାର : ଏହା କେବଳ ଭାଷଣ ନୁହେଁ, ରାଜ୍ୟ ସ୍ତରୀୟ ମହିଳା ମାଷ୍ଟର ଟ୍ରେନରଙ୍କ ସହ ସାରଗର୍ଭକ ଚର୍ଚ୍ଚା, ମାନସ ମନ୍ଥନ ଓ ଆଲୋଚନା ମାଧ୍ୟମରେ ସହଜ ଓ ସରଳରେ ଶିଖିପାରିଛନ୍ତି ପ୍ରଶାସନିକ କୌଶଳ।
• ନିଷ୍ପତ୍ତିରୁ ନୂଆ ଇତିହାସ: ଫାଇଲ୍ ପରିଚାଳନାରୁ ନେଇ ଦୃଢ଼ ନିଷ୍ପତ୍ତି ଗ୍ରହଣ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ, ମହିଳା ପଞ୍ଚାୟତ ଜନପ୍ରତିନିଧିଙ୍କ ମଧ୍ୟରେ ଆଣିଛି ଦୃଢ ଆତ୍ମବିଶ୍ୱାସ।
• ଗୋଟିଏ ସ୍ୱର, ଗୋଟିଏ ଲକ୍ଷ୍ୟ: ପ୍ରଶିକ୍ଷଣ ଶେଷ ହେବା ପରେ ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା - ଆମ ପଞ୍ଚାୟତ, ଆମ ପ୍ରଗତି
ଜ୍ଞାନ, ସାହସ ଓ ଦୃଢ଼ ନେତୃତ୍ୱରେ ବଳୀୟାନ ହୋଇ ଆମ ପ୍ରଶିକ୍ଷଣ ନେଇଥିବା ତୃଣମୂଳ ନେତ୍ରୀମାନେ ଆଜି ପ୍ରଗତିର ନୂଆ ନକ୍ସା ଆଙ୍କିବାକୁ ପ୍ରସ୍ତୁତ ହୋଇସାରିଛନ୍ତି। ଓଡ଼ିଶାର ଗ୍ରାମୀଣ ଗଣତନ୍ତ୍ରକୁ ଏକ ନୂଆ ଦିଗ ଦେବା ପାଇଁ ଏହା ଏକ ଐତିହାସିକ ସଂକଳ୍ପ।
CMO Odisha Rabi Narayan Naik Sirdpr Odisha

Address

Bhubaneswar Odisha
Bhubaneswar
751012

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5:30pm
Thursday 10am - 5:30pm
Friday 10am - 5:30pm
Saturday 10am - 5:30pm

Telephone

+916472562453

Alerts

Be the first to know and let us send you an email when Sirdpr_Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sirdpr_Odisha:

Shortcuts

Share

Category