Odisha Dekhuchi

Odisha Dekhuchi Odisha political suggestions.

03/09/2026

ଦିଅନ୍ତୁ ଆପଣଙ୍କର ମତାମତ...

02/09/2026

ନବକୃଷ୍ଣ ଚୌଧୁରୀ ଙ୍କ ରାଜନୀତି ଚରିତ୍ର ଆଜି ବି ଏକ ଭିନ୍ନ ରୂପରେ ଓଡିଶା ମୁଖ୍ୟମନ୍ତ୍ରୀ ମାନଙ୍କ ମାନଚିତ୍ର ରେ ଛିଡ଼ା ହୋଇଛି lତାଙ୍କର ବ୍ୟକ୍ତିଗତ ଚରିତ୍ର ବି ରାଜନୀତି ରେ ପ୍ରତିଫଳିତ ଏକଥା କହିବା ଲୋକ ବି ଅଭାବ, କିନ୍ତୁ ସତ୍ୟ ର ଆଭିର୍ଭାବ ଥାଏ, ଏହା କେବେ ମିଛ ନୁହେଁ,ଆଜିର ରାଜନୀତି ରେ ତାଙ୍କ ଆଦର୍ଶ ଅନେକ ଚର୍ଚ୍ଚା ହେବା ଆବଶ୍ୟକ,ଯେଉଁ ବିରେନ ମିତ୍ର, ମହତାବ ଙ୍କ କାଗଜ ରେ sign କଲେ, ଏବଂ ନବବାବୁ, ମୁଖ୍ୟମନ୍ତ୍ରୀ ପଦଛାଡି, ସଙ୍ଗେ ସଙ୍ଗେ ଖଣ୍ଡେ ସୁଟକେଶ ଧରି ଆସି କଟକ ଘରେ ପହଂଚି ଗଲେ, ଏବଂ ଶୁଣିବାକୁ ପାଇଲେ ବିରେନ ମିତ୍ର ଦେହ ଖରାପ, ତତକ୍ଷଣାତ କାଠଗଡା ସାହି ଯାଇ, ଭାଇ କଣ ହୋଇଛି ବୋଲି ପଚାରି ଲେ, ବିରେନମିତ୍ର ଦେଖି ଭୋ ଭୋ ହୋଇ କାନ୍ଦିଲେ,କହିଲେ ପର ବୁଦ୍ଧି ରେ ପଡି ମୁଁ କଣ ନ କଲି, କିନ୍ତୁ ନବକୃଷ୍ଣ କହିଥିଲେ ଭାଇ ମୋ ମନ ଦୁଃଖ ନାହିଁ, ମୁଖ୍ୟମନ୍ତ୍ରୀ ପଦ ବଡ ନୁହେଁ, ସମ୍ପର୍କ ବଡ଼,l ଜଦି ଖଣ୍ଡେ ଲୁଗା ର ରାଜନୀତି କଥା ଆସିବ ସେ ଲୋକ ନବକୃଷ୍ଣ ଚୌଧୁରୀ, କଟକ ରୁ, 9439642164, (D,B,mohanty,)

29/08/2026

ଶାସନତନ୍ତ୍ର ର ସର୍ବଶ୍ରେଷ୍ଠ ବିଚାରଧାରା ରୁ ଗଣତନ୍ତ୍ର ଆସେ, ମୁଖ୍ୟଲକ୍ଷ ରାଜତନ୍ତ୍ର ର ପ୍ରଜାବତ୍ସାଳତା କେବଳ ଆଧାର ନୁହେଁ, ସାମାଜିକ ନାୟ ସହିତ ସମାନତା, ସ୍ୱଚ୍ଛତା,ସ୍ୱାଧୀନତା,ଜୀବନ ରେ ଅଧିକାର,ଅନେକ କୁ ଗୋଟିଏ ଲକ୍ଷ୍ୟ ରେ ଏକଜୁଟ କଲା, ଏବଂ ପତନ ଘଟିଲା l ଏବେ 80 ବର୍ଷ ରେ ଜନୟକ, ଜନନେତା, ଭାରତରତ୍ନ, ଉତ୍କଳ କେଶରୀ, ଉତ୍କଳ ମଣି,ଏପରି ଅନେକ ଙ୍କ ଶିକ୍ଷା ଦୀକ୍ଷା ର ସମାଜ କଲ୍ୟାଣ ଆଦର୍ଶ ଏ ରାଜ୍ୟରେ ରାଜନୀତି କୁ କଣ କିଛି ଶିକ୍ଷା ଦେଇ ନାହିଁ?, ରାଜ୍ୟରେ ତେବେ ନେତା କାହିଁକି ଶାସନ ର ମିଠା ମହୁ କୁ ବ୍ୟାକୁଳ, ଶାସନ ଜଦି ଶାସିତ ର ଅଧିକାର ଏବଂ ନିୟାମକ ବା ବାଧ୍ୟତା କର୍ତବ୍ୟ ଆଧାରିତ ହୁଏ ତେବେ ଏତେ ନିର୍ଭୟତା ଆସେ କେମିତି,?, କିଛି ଭୁଲ ସୁଧାରିବା ଏଵେ ବାକିଅଛି, ଗଣତନ୍ତ୍ର ର ଲକ୍ଷ ପୂରଣ ପୂର୍ବରୁ କଳାଧନ କଥା ଭାବିବା ଦରକାର ରାଜନୀତି ଜଦି କଳା ରେ ଅନ୍ଧ ହୁଏ ଆମେ ଗଣତନ୍ତ୍ର କୁ କଣ କହିବା ଆଗାମୀ ଦିନରେ ପ୍ରଶ୍ନ ହେବ l ବନ୍ଦେ ଉତ୍କଳ ଜନନୀ l

04/08/2026

ଶାସନ,ଯାହା ସେବା ଆଧାରିତ ଏକ ନିତୀ ନିଷ୍ଟ କର୍ତବ୍ୟ,ମାନବଧର୍ମ ର ସର୍ବଶ୍ରେଷ୍ଠ ଦେଶଭକ୍ତି ର ବଳିଦାନ,llଦେଶ ସେବା ର ଗାରିମା ର ଗାଥା ବହନ କରି ରାଜତନ୍ତ୍ର ଧନ୍ୟହେଲା,ଉତ୍କଳ ରୁ ଓଡିଶା ଯେମିତି, ରାଜତନ୍ତ୍ର ରୁ ଗଣତନ୍ତ୍ର ମଧ୍ୟ ସେମିତି ll ହେଲେ ଶାସନ ରେ ସେବା ଅଛି ତ? ll କର୍ତବ୍ୟ ହୀନ ନୀତି ର ନାଁ ରାଜନୀତି ନୁହେଁ ତ? ll ଜନତା ଏଭଳି ଅନେକ ପ୍ରଶ୍ନ ର ଉତ୍ତର ଖୋଜୁଛି ll ରାଜନୀତି ର ଫେଲ କେଉଁଠି, ଯେଉଁଠି ନେତା ମାନୁନାହାନ୍ତି ଆମେ ହାରିଛୁ, ବିରୋଧୀ ଦଳ ର ଭାବନାହିଁ ନାହିଁ, କର୍ତବ୍ୟ ତ ଦୂର, ନେତା ନେତା ମଧ୍ୟରେ ହରି ଲୁଟ ର ବିଚାର,bill ପାସ୍ ର ସାର୍ବଜନୀନତା,ଏ ସବୁ ଭୋଟ ଚୋରି ନୁହେଁ ତ ll

22/07/2026

ରାଜନୀତି ରେ ମୂଲ୍ୟ ହୀନ ବା ଲୋକ ଦେଖାଣିଆ ସାଙ୍ଗଠନିକ ପ୍ରକ୍ରିୟା,ଯଥା- ବିଜୁ ଯୁବବାହିନୀ, ଛାତ୍ର କଂଗ୍ରେସ, କୃଷକ ସଂଗଠନ, ପୁଣି ସରକାରୀ କ୍ଷେତ୍ରରେ କାର୍ଯ୍ୟ ରତ କର୍ମୀ କୁ ନେଇ, ବାସ୍ତବ ରେ ଏମାନେ ସ୍ୱାଧୀନ ନାଁ ରେ ଦଳ ରେ ବନ୍ଧା ପଡନ୍ତି l କୌଣସି ଜାତୀୟ କାର୍ଯ୍ୟକ୍ରମ ରେ ନେତା ଏମାନଂକୁ ବିଦ୍ରୁପ କରିବା ରାଜନୀତି ର ଏକ ସାଧାରଣ କଥା, ଜନତା ଙ୍କ ଭରଷା ର ବଳ ଦ୍ୱାହି କେବଳ ଦେଖାଣିଆ, କାରଣ ରାଜନୀତି ର ରାଜରାସ୍ତା ରେ କୁହାଯାଏ ଏମାନଂକୁ ଶିଖେଇ, ଲଗାଇ, ଅଣା ଯାଇଛି, ତେବେ ଏଠି ପ୍ରଶ୍ନ ଏମାନେ କଣ ପରିପକ୍ୱ ନୁହନ୍ତି, ନାଁ ରାଜନୀତି ଏଠି ପ୍ରହସନ କରେ, ରାଜ୍ୟ ବା ଦେଶ ଗଠନ ର ଏ ନୀତି ସମ୍ବିଧାନ ବ୍ୟବସ୍ଥା ର ନାଁ ନେତା ର ଦଳ ପ୍ରେମ ର,?

10/07/2026

ରାଜନୀତି ସ୍ଵଛଚାରିତା ସଂଯମତା ର ଦ୍ଵନ୍ଦରେ ବନ୍ଧାପଡୁଛି ଗଣତନ୍ତ୍ର, ନାଗରିକ ର ମୌଳିକ ଅଧିକାର ଭୋଟ ର ତାରିଖ ଭୁଲିଗଲାଣି ଏ ନୀତି ନିଷ୍ଠ ରାଜନୀତି,ଜନତା ସରକାର ଗଠନ କଲାବେଳେ,ରାଜନୀତି ଦଳ ଗଠନ କରେ,ବିଭିନ୍ନ ଦଳ ପରଖିବା ପରେ ଯେଉଁ ଭୋଟ ଜନତା ଦେଶର ସରକାର ଏବଂ ବିରୋଧୀ ଙ୍କୁ ମିଳେ ସେହିଠାରୁ ନେତା ଙ୍କ କର୍ତବ୍ୟ ପାଳନ ଓ ନେତା ଙ୍କ ସେବା ର ଶାସନ ବା ଗଣତନ୍ତ୍ର ଶାସନ, ବିଡମ୍ବନା ନୀତି ପାଇଁ ଶପଥ ନେଉଥିବା ଏ ନେତା ଶାସନ ଆଳରେ ରାଜନୀତି କରି ଜନ ଅଧିକାର ଭୁଲିଗଲା ଭଳି ମନେ ହୁଏ, ବିରୋଧ ହିଁ ଏ ଶାସନ ର ଅଧିକାର ଥିବାବେଳେ, କେବଳ ହାତ ଗଣତି ନେଇ ବିରୋଧ ହୁଏ, ଜନତା ତେବେ ଅଧିକାର କାହାକୁ ମାଗିବେ? ଦେଶକୁ ନା ଦେଶର ରାଜନୀତି କୁ, ଦଳ କୁ ବାହାନା କରିବା ଜନତା ଙ୍କ ସମୟ କୁ ସଂଗଠନ ରେ ନେବା କୌଣସି ଶାସନ ନୁହେଁ, ବନ୍ଦେ ଉତ୍କଳ ଜନନୀ ll

07/06/2026

ପ୍ରଥମ ଥର ପାଇଁ ଓଡିଶା ଏକ ବିରାଟ ବିରୋଧୀ ଦଳ ମାନ୍ୟତା ହାସଲ, ରାଜନୀତି ଇତିହାସ ରେ ଦେଖିବା, ତଥା ଗଣତନ୍ତ୍ର ରେ ଜନତା ତାର ଅସଲ ସ୍ବପ୍ନ ସରକାର ପାଖରେ ଦେଖିବା ପୂର୍ବରୁ ହଠାତ ତାହା ରାଜନୀତି ପଶାପାଲିରେ ହାରି ଯାଇ ସବୁ ହରାଇ ବସୁଛି l ଜନତା ଏ ଭୁଲ ର ଦୋଷ ନେତା ନୀତି ରାଜନୀତି କୁ ଭାବୁଛି, କିନ୍ତୁ ଦଳ ସମ୍ବିଧାନ ର ଧାରା ଖୋଜି ଖୋଜି ଧରାଶାଇ l ଜନ ବିଶ୍ୱାସ ର ଏ ରାଜଦ୍ରୋହୀ ନେତା ନା ଜନତା ରାଜ୍ୟ ଶାସନ ର ମୂଳ ଲକ୍ଷ ରୁ ଯେଉଁ ବିରୋଧ ଦିନେ ସୁ ଶାସନ ରଥ ଗଡା଼ଏ ସେ ରଥ ର ଛକ ଅଖ ସବୁ ଅଚଳ, ବାସ୍ତବ ରେ ଏହା କଣଏ ହେବାର ଥିଲା ନା ପ୍ରାୟୋଜିତ ଅନେକ ପ୍ରଶ୍ନ ଆଜି ରାଜଧର୍ମ ଏ ରାଜନୀତି ରେ ଖୋଜୁଛି l. କଟକ, ଓଡିଶା l

26/02/2026

ଗଣତନ୍ତ୍ର ଶାସନରେ ରାଜ୍ୟ ବା ଦେଶ ଜନସମର୍ପିତ ହେବା ବଦଳରେ ରାଜନୀତି ଏହାକୁ ଦଳ ସମର୍ପିତ କରିବା ଏକ ଦୁର୍ଭାଗ୍ୟ, ବାସ୍ତବ କଥା, ଶହେ ଭାଗ ଜନତା ମଧ୍ୟରେ ମାତ୍ର ପଚିଶ ଭଗ ରାଜନୀତି ର ଦଖଲ ଥିବାବେଳେ, ଜଣସମର୍ଥନ ଆଳ ରେ ଦେଶ ବିଚାର ଧାରା କୁ ବିଭ୍ରାନ୍ତି କରିବା ରାଜନୀତି ର କର୍ତବ୍ୟ ନୁହେଁ, ଶ୍ରେଠ ବିଚାର ଧାରା, ନୀତି ନୈତିକ ଭରା ରାଜନୀତି ଜ୍ଞ ମାନଙ୍କ ବଦଳ ରେ ଦଳଭିତିକ ନେତା ତିଆରି ର କାରଖାନା ଏବେ ରାଜଧର୍ମ ହୋଇଛି l ଲୋକସଭା କୁ ଆଧାର ନ କରି, ରାଜ୍ୟସଭା ଭଳି ମହାନ କର୍ତବ୍ୟ ଆଜି ଜନହିତ ରେ ନାଁ ଦଳ ହିତରେ l ରାଜତନ୍ତ୍ର ଶାସନ ର ମାନସିକତା ରେ, ଦଳତନ୍ତ୍ର ଏ ରାଜନୀତି ଗଣତନ୍ତ୍ର ବିନାଶ ର କାରଣ ନୁହେଁ ତ,? ଜନତା ଙ୍କ ମାଲିକାନା ର ଏ ଶାସନ ରାଜନୀତି ର ନୁହେଁ ତ? ଅନେକ ଉତ୍ତର,,,,,

15/02/2026
14/02/2026

ଦଳତନ୍ତ୍ର ଏଠି ବାଧକ ସାଜୁଛି ଗଣତନ୍ତ୍ର ର, ଜନତା ଙ୍କ ଅଧିକାର ସଂକୁଚିତ ହୋଇ ନେତା ଓ଼ ନେତୃତ୍ୱ ର ଗୁରୁତ୍ୱ ଜନ ଅଶ୍ବନ୍ତୁଷ୍ଟ କୁ ବଢ଼ାଉଛି, ଲକ୍ଷ୍ୟ ଭ୍ରଷ୍ଟ ଶାସନ ଗଣତନ୍ତ୍ର ର ଅଧୋଗତି ପାଇଁ ପ୍ରଚଳିତ ରାଜନୀତି ଦାୟି l ଦେଶ ନେତା ସର୍ବସ୍ବ ନା ଜନତା,?

Address

Bidanasi
Cuttack

Website

Alerts

Be the first to know and let us send you an email when Odisha Dekhuchi posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category